ସରକାରଙ୍କ ମନମୁଖୀ ଟି.ଜି.ଟି ପରୀକ୍ଷା କେନ୍ଦ୍ର ସ୍ଥାପନ ଯୋଗୁଁ ପରୀକ୍ଷା ଦେବାକୁ ଯାଇ ପାରିଲେନି ଅନେକ ପ୍ରାର୍ଥୀ

ବର୍ତ୍ତମାନ ଓଡ଼ିଶା ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରି ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରି ଶିକ୍ଷକ ନିଯୁକ୍ତି ନିମନ୍ତେ ପରୀକ୍ଷା କରାଉଥିବା ବେଳେ ଆଜି ରହିଥିଲା ଟି.ଜି.ଟି ନିଯୁକ୍ତିର ପରୀକ୍ଷା ଦିନ l ତେବେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଯୋଗୁଁ ଆଜି ନବରଙ୍ଗପୁର ଜିଲ୍ଲା ର ଅନେକ ଆଶାୟୀ ପ୍ରାର୍ଥୀମାନେ ପରୀକ୍ଷା ଦେଇ ପାରି ନଥିବା ଦେଖିବାକୁ ମିଳିଛି l ରାଜ୍ୟରେ ଖାଲି ପଡିଥିବା ପୋଷ୍ଟ ପାଇଁ ଜିଲ୍ଲାର ଅନେକ ଆଶାୟୀ ଆବେଦନକାରୀ ଅନଲାଇନ୍ କରି ନିଜକୁ ପ୍ରସ୍ତୁତ କରି ଆସିଥିବା ବେଳେ ତନ୍ମଧ୍ୟରୁ ଅନେକ ପ୍ରାର୍ଥୀ ଙ୍କ ପରୀକ୍ଷା କେନ୍ଦ୍ର ସୁଦୂର ଭୁବନେଶ୍ଵର,ବ୍ରହ୍ମପୁର, ରାୟଗଡ଼ା ରେ ହୋଇଥିବା ବେଳେ ଅର୍ଥାଭାବ କାରଣରୁ ଅନେକ ଆବେଦନକାରୀ ଏତେ ଦୂରକୁ ଯାଇ ପରୀକ୍ଷା ଦେଇ ପାରି ନାହାନ୍ତି ବୋଲି ନିରାଶ ହୋଇ ଗଣମାଧ୍ୟମ ଆଗରେ କହିଛନ୍ତି l ତେବେ ନବରଙ୍ଗପୁର ଭଳି ଏକ ଅନୁନ୍ନତ ଜିଲ୍ଲାରେ ବସବାସ କରୁଥିବା ଲୋକମାନଙ୍କ ଆର୍ଥିକ ସ୍ୱଚ୍ଛଳତା ଠିକ୍ ନଥିବା ଯୋଗୁଁ ଏତେ ଦୂରକୁ ପିଲା ମାନଙ୍କୁ ପଠାଇ ପରୀକ୍ଷା କେନ୍ଦ୍ରରେ ହାଜର କରିବାକୁ ସକ୍ଷମ ହୋଇ ପାରିନାହାନ୍ତି ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି l ତେବେ ଆଶାୟୀ ଙ୍କ ପିତାମାତା ମାନେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ନିନ୍ଦା କରି ଆମକୁ ଭୋଟ୍ ନେଲାବେଳେ ନିଜ ଗାଁରେ ରହି ଆମର ଭୋଟ୍ ନେଇ ସରକାର ଗଢ଼ୁଛନ୍ତି ଓ ଆମ ପିଲାଙ୍କ ଭବିଷ୍ୟତ ଗଢ଼ିବା ଆଶା ରଖିଥିବା ବେଳେ ସେମାନଙ୍କ ନିଯୁକ୍ତି ପାଇଁ ଭୁବନେଶ୍ବର ରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରି ପରୋକ୍ଷରେ ଆମ ପିଲାଙ୍କ ଭବିଷ୍ୟତ କୁ ଅନ୍ଧାରରେ ରଖିବାକୁ ଯାଉଛନ୍ତି ବୋଲି ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି l ତେବେ ବର୍ତ୍ତମାନର ସରକାର ରେ ଗଣଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଥିବା ନିତ୍ୟାନନ୍ଦ ଗଣ୍ଡ ବିରୋଧୀ ଦଳ ରେ ଥିଲାବେଳେ ବିଶେଷକରି ଜିଲ୍ଲା ସ୍ତରୀୟ ନିଯୁକ୍ତି ନିମନ୍ତେ ମତ ରଖି ସରକାରଙ୍କୁ ଅନେକ ପ୍ରଶ୍ନ ବାଣରେ ଘାଇଲା କରିଥିବାବେଳେ ତାଙ୍କର ନିଜ ଜିଲ୍ଲାର ଅନେକ ପ୍ରାର୍ଥୀ ପରୀକ୍ଷା ଦେବାକୁ ଭୁବନେଶ୍ବର ଯାଇ ନପାରି ନିରାଶ ହୋଇ ରହିଥିବା ବେଳେ, ନିଜ ଜିଲ୍ଲାରେ ପ୍ରାର୍ଥୀ ମାନଙ୍କ ପରୀକ୍ଷା କେନ୍ଦ୍ର ନ ରଖି ଭୁବନେଶ୍ଵର କୁ ରଖିଛନ୍ତି ଆମେ କଅଣ ଭୁବନେଶ୍ଵର ଯାଇ ଭୋଟ୍ ଦେଇ ଆସିଛୁ କି ଯାହାଫଳରେ କି ଆମ ପିଲାମାନଙ୍କର ପରୀକ୍ଷା କେନ୍ଦ୍ର କୁ ନିଜ ନିଜ ଜିଲ୍ଲାରେ ନରଖି ଏତେ ଦୁରକୁ କାହିଁକି ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି l ତେବେ ସରକାର ଏଭଳି ମନଇଛା ପରୀକ୍ଷା କେନ୍ଦ୍ର ସ୍ଥାପନ ପୂର୍ବରୁ ରାଜ୍ୟରେ ବସବାସ କରୁଥିବା ଗରିବ ନିରୀହ ଲୋକଙ୍କ ପିଲାଛୁଆଙ୍କ ଆର୍ଥିକ ସ୍ୱଚ୍ଛଳତା ଓ ଯାତାୟତ ସୁବିଧା ଦୃଷ୍ଟିରୁ ଆଗକୁ ଏଭଳି ନିଯୁକ୍ତି ପାଇଁ ପରୀକ୍ଷା କେନ୍ଦ୍ର ମାନ ସ୍ଥାପନ କରିବାକୁ ଦାବୀ କରିଛନ୍ତି lରିପୋର୍ଟ- ପିତାମ୍ବର ସୋରୀସ୍ଥାନ-ନବରଙ୍ଗପୁର