୨୧ରେ ଗୁଣ୍ଡୁରିବାରୀଗ୍ରାମରେ ଶନି ମନ୍ଦିର ପ୍ରତିଷ୍ଠା ଉତ୍ସବ
ଗଣିଆ,( ବିଶ୍ୱରଂଜନ ସେଠି) ବ୍ରାହ୍ମଣ ମାନଙ୍କ ବେଦମନ୍ତ୍ର ଉଚ୍ଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଗଣିଆ ବ୍ଳକ କରଡ଼ାପଡ଼ା ପଂଚାୟତ ଗୁଣ୍ଡୁରିବାରୀ ଗ୍ରାମରେ ନଳ୍ପଚ୍ଛନଭାବେ ନିର୍ମିତ ଶନିଶ୍ଚର ଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୧ତାରିଖ ସୋମବାରଦିନ ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର ପରିଚାଳନା କମିଟି ଓ ଗୁଣ୍ଡୁରିବାରୀ ଓ ଗୋପାଳ ପ୍ରସାଦ ଗ୍ରାମବାସୀମାନେ ତତ୍ପର ହୋଇଥିବା ଦେଖିବାକୁ ମିଳିଛି । ୨୦ ତାରିଖରେ ଅଧିବାସ, ଅଙ୍କୁରାରୋପଣ ଓ ଗର୍ଭାଧାନ କାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିବାବେଳେ ୨୧ ତାରିଖ ସେମାବାରଦିନ କଳସ ଯାତ୍ରା, ସୂର୍ଯ୍ୟପୂଜା, ମନ୍ଦିର ନ୍ୟାସ, ବିଗ୍ରହ ନ୍ୟାସ, ବିଗ୍ରହ ମନ୍ଦିର ପ୍ରବେଶ ଓ ପୁର୍ଣ୍ଣାହୁତି ଅନୁଷ୍ଠିତ ହେବ । ଏଥିପାଇଁ ବହୁସଂଖ୍ୟାରେ ଅଂଚଳବାସୀ ଯୋଗଦାନ କରି ମହତକାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରିବାକୁ କରଡ଼ରପଡ଼ା ପଂଚାୟତର ସରପଂଚଙ୍କ ପ୍ରତିନିଧି ସମୀର କୁମାର ସାହୁ ନିବେଦନ କରିଛନ୍ତି । ଏପରିକି ସୋମବାର ଦିନ ଶନିଠାକୁରଙ୍କ ଦର୍ଶନ କରିବା ସହିତ ଶୁଭାର୍ଶୀବାଦ ଲାଭ କରିବା ହେବ ।