୩ଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ଜଗତସିଂହପୁର ତା =22/7/25ଜଗତସିଂହପୁର ଜ଼ିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ୩ ଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି |ମୁଖ୍ୟ ଦାବି ଗୁଡିକ ମଧ୍ୟ୍ୟ ରେ ଆଳିପିଙ୍ଗଳ ଠାରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ବେଆଇନି ଭାବେ ବିସ୍ଥାପିତ ହୋଇଥିବା ଷୋହଳ ଦଳିତ ପରିବାର ଙ୍କୁ ବସୁନ୍ଦରା ଯୋଜନାରେ ଘର ଢିଅ ପଟା ଏବଂ ବାସଗୃହ ଯୋଗାଇଦେବା ସହିତ କ୍ଷତିପୂରଣ ପ୍ରଦାନ କରିବା | ଚାଟ୍ରା ଠାରେ ବସବାସ କରୁଥିବା ଅନୁସୂଚିତ ଜାତି ବର୍ଗର ଲୋକ ମାନଙ୍କୁଜୟଗୁରୁ ଆଶ୍ରମ ରେ ଜାତିଆନା ଆକ୍ଷେପ ବନ୍ଦ କରିବା | ଚାନ୍ଦଗଡ଼ ଠାରେ ମହିଳା ଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରିବା ଆଦି ୩ ଦଫା ଦାବିନେଇ ଜ଼ିଲ୍ଲା ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ, ସମ୍ପାଦକ ଅକ୍ଷୟ କୁମାର ଦାସ, ଜଗତସିଂହପୁର ପୌର ପରିଷଦ ଉପାଧକ୍ଷ ରାଜେନ୍ଦ୍ରକୁମାର ବିଶୋଇ ପ୍ରମୁଖ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି|ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ