ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣା କୁ ନେଇ ଆପ ର ପ୍ରତିବାଦ।

ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣା କୁ ନେଇ ଆପ ର ପ୍ରତିବାଦ।ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ର ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ମୃତ୍ୟୁ ଘଟଣା ସାରା ଭାରତରେ ଆଲୋଡନ ସୃଷ୍ଟି କରିଛି। ଜଣେ ଛାତ୍ରୀ ମନ୍ତ୍ରୀ, ବିଧାୟକ, ସାଂସଦ, ଅଧ୍ୟକ୍ଷ ସମସ୍ତଙ୍କୁ ତାଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଜଣେଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପରେ ସେ ନିଜ ଦେହ ରେ ପେଟ୍ରୋଲ ଢାଳି ନିଆ ଲଗେଇ ଦେଲେ। ଏହି ଘଟଣା ରେ ବିଜେପି ସରକାର ର ନିଷ୍କ୍ରିୟତା ଓ ଅପାରଗତା ର ପ୍ରମାଣ ମିଳିଲା। ତେଣୁ ଆମ ଆଦମୀ ପାର୍ଟି ଆଜି ରାଜରାସ୍ତା ରେ ଆନ୍ଦୋଳନ କରିବାକୁ ବାଧ୍ୟ ହେଲା,ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବରଖାସ୍ତ କରାଯାଉ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଇସ୍ତଫା ଦିଅନ୍ତୁ। ଏହି ଘଟଣା ର ଉଚ୍ଚ ସ୍ତରୀୟ ତୁରନ୍ତ ଯାଞ୍ଚ ଓ ଫାଷ୍ଟ ଟ୍ରାକ କୋୖର୍ଟ ରେ ମକଦ୍ଦମା ଚଳେଇ ଦୋଷୀ କୁ ଦଣ୍ଡ ଦେବା ଓ ସୌମ୍ୟା କୁ ବଂଚେଇ ବାକୁ ଉଦ୍ୟମ କରିଥିବା ଛାତ୍ର କୁ ସାହାସିକତା ପୁରସ୍କାର ଦିଆଯାଉ ବୋଲି ଆମେ ଦାବୀ କରୁଛୁ। ଆଜିର କାର୍ଯ୍ୟକ୍ରମ ରେ ସଭାପତି ସଂଜୀବ ମହାନ୍ତି, ସମ୍ପାଦକ ସତ୍ୟଜିତ ମହାନ୍ତି, ଅନିଲ ସେନପତି, ମହିଳା ସଭାପତି ତପସ୍ୱିନୀ ଜଗଦେବ, ସନ୍ଧ୍ୟା ଦାସ ଉପସଭାପତି ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।