FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆସିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। କହିଲେ ରାଜ୍ୟ ସରକାର ସଠିକ ପଦକ୍ଷେପ ନେଇଛନ୍ତି।ଏହା ଏକ ଦୁର୍ଭାଗ୍ୟଜନକ ଘଟଣା, ଯେତେ ନିନ୍ଦା କଲେ ବି କମ୍ ହେବ। ଶିକ୍ଷକ-ଶିକ୍ଷାର୍ଥୀ ସମ୍ପର୍କରେ ଅବମୂଲ୍ୟାୟନ ହୋଇଛି, ସାମ୍ନା କରିବାକୁ ପଡ଼ିବ। ଆଗକୁ ରାଜ୍ୟ ସରକାର ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ। ରାଜନୀତି କରିବାର ବେଳ ନୁହେଁ, ଉତ୍ତମ ଚିକିତ୍ସା ଯୋଗାଇବା ପ୍ରାଥମିକତା।ଏହା ସହିତ ୨-୩ ଘଟଣା ଯୋଡ଼ି ହୋଇ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରଶାସନିକ ପକ୍ଷ, ଆଇନ ପକ୍ଷ ଓ ମୁଁ ଯେହେତୁ କେନ୍ଦ୍ର ଶିକ୍ଷା ବିଭାଗ ଦାୟିତ୍ବରେ ଅଛି, ମୁଁ ମଧ୍ୟ ନିଜକୁ ଗୋଟେ ପକ୍ଷଭୁକ୍ତ କରୁଛି।