କିନ୍ନଲେ ଏବଂ କୋକାକୋଲା କମ୍ପାନୀ ବିରୁଦ୍ଧରେ ସିଂହଦ୍ୱାର ଥାନା ରେ ଏତଲା।

ପୁରୀ ଜିଲ୍ଲା ଆପ ସଭାପତି ଶ୍ରୀ ସଂଜୀବ ମହାନ୍ତି ଆଜି ସିଂହଦ୍ୱାର ଥାନା ରେ ଏତଲା ଦାୟର କରିଛନ୍ତି କି କୋକା କୋଲା କମ୍ପାନୀ ୨୦୨୫ରଥଯାତ୍ରା ସମୟରେ କିନ୍ନଲେ ପାଣି ବୋତଲ ରେ ସଂକୀର୍ତ୍ତନ ର ଲେବଲ ଦୃଶ୍ୟ ଲଗାଇ ପାଣି ବୋତଲ କୁ ବିକ୍ରୟ ଉଦ୍ଧେଶ୍ୟରେ କମ୍ପାନୀ ତରଫରୁ ପୁରୀ ସହିତ ଅନ୍ୟାନ୍ୟ ଅଞ୍ଚଳ କୁ ବିତରଣ କରଯାଇଥିଲା।ସେହି ବୋତଲରୁ ପାଣି ପିଇ ସାରିବା ପରେ ଲୋକମାନେ ସର୍ବସାଧାରଣ ରାସ୍ତାରେ ପାଣି ବୋତଲ କୁ ଫିଙ୍ଗି ଦେବା ଫଳରେ କିନ୍ନଲେ ପାଣି ବୋତଲ ର ସେହି ଲେବଲ ଉପରେ ଚାଲି ନଷ୍ଟ କରୁଥିଲେ ।ସଂକୀର୍ତ୍ତନ ଲେବଲ ଚିତ୍ରିତ ହୋଇଥିବା ଫଳରେ ହିନ୍ଦୁ ଧର୍ମକୁ କୁଠାର ଘାତ କରିଥିଲା ଏବଂ ଧାର୍ମିକ ମନଭାବ କୁ ନଷ୍ଟ କରିଦେଇଛି।ଏହା କମ୍ପାନୀ ତରଫରୁ ହିନ୍ଦୁ ଧର୍ମ କୁ କୁଠାରଘାତ କରିଛି।ସେଥିପାଇଁ କମ୍ପାନୀ ର ନିର୍ଦେଶକ ଏବଂ ମାଲିକ ଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜିଲା ଆମ ଆଦମୀ ସଭାପତି ସଂଜୀବ ମହାନ୍ତି ଏତଲାରେ ଦର୍ଶାଇଛନ୍ତି।