ପୁରୀ : ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଧରାପଡ଼ିଲେ ୨ ଯୁବକ
ପୁରୀ ସଦର ଥାନାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସଦର ଥାନା ଅନ୍ତର୍ଗତ କଣ୍ଠପୁର ଅଞ୍ଚଳରେ ୩ ଭଉଣୀ ଘରଠାରୁ ଅଢ଼େଇ କିମି ଦୂରରେ ଥିବା ମନ୍ଦିର ଦର୍ଶନ କରିବାକୁ ଯାଇଥିବା ସମୟରେ କଣ୍ଠପୁର ପାଖରେ ଥିବା ବସ୍ଷ୍ଟାଣ୍ଡ ପାଖରେ ୬ଜଣ ଦୁର୍ବୃତ୍ତ ମଦ୍ୟପାନ କରୁଥିଲେ । ମନ୍ଦିର ଦର୍ଶନ ସାରି ଫେରିବା ସମୟରେ ୬ଜଣ ମଦ୍ୟପ ଯୁବକ ଅନ୍ଧାର ଦେଖି ୩ ଭଉଣୀଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ ।ଓଢ଼ଣି ଟାଣିବା ସହ ମୋବାଇଲ୍ ଛଡ଼ାଇ କମେଣ୍ଟ ମାରିଥିଲେ । ସେମାନଙ୍କଠାରୁ ଏକ ମନିପର୍ସ ଛଡ଼ାଇ ନେଇଥିଲେ ଓ ସେଥିରୁ ୨ହଜାରରୁ ୩ହଜାର ଟଙ୍କା ଥିବା ନେଇ ସୂଚନା ମିଳିଛି । ତେବେ ଏହି ଘଟଣାରେ ଧରାପଡ଼ିଲେ ୨ ଯୁବକ , ଖସିଗଲେ ଅନ୍ୟ ୪ ଜଣ ଯୁବକ । ୨ଜଣଙ୍କୁ ଧରି ପିସିଆରକୁ ହସ୍ତାନ୍ତର କରାଯାଇଛି । ଏନେଇ ବିଳମ୍ବିତ ରାତିରେ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସଦରଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ କହିଛନ୍ତି ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଟଙ୍କା ଛଡାଇନେଇଥିବା ଅଭିଯୋଗ କରାଯାଇଛି ।